କମଲ ହାସନଙ୍କ ବିରୋଧରେ ତୀବ୍ର ପ୍ରତିବାଦ, ଜଳିଲା ଅଭିନେତାଙ୍କ କୁଶପୁତ୍ତଳିକା

Published By : Prameya-News7 Bureau | June 02, 2025 IST

ମୁମ୍ଵାଇ ୦୨।୦୬; ପାନ୍‌ ଇଣ୍ଡିଆ ଫିଲ୍ମ 'ଠଗ୍ ଲାଇଫ୍'ର ପ୍ରମୋସନ୍ ବେଳେ କମଲ ହାସନ ଏକ ବିବାଦୀୟ ବୟାନ ଦେଇଥିଲେ। ଯେଉଁ କାରଣରୁ ତାଙ୍କୁ ବିରୋଧ କରାଯାଉଛି। ଗତ କିଛି ଦିନ ଧରି କର୍ଣ୍ଣାଟକର ଲୋକମାନେ ତାଙ୍କ ବିରୋଧରେ ପ୍ରତିବାଦର ସ୍ଵର ଉଠାଉଛନ୍ତି। କର୍ଣ୍ଣାଟକ ମନ୍ତ୍ରୀ ଶିବରାଜ ତଙ୍ଗଡଗି ମଧ୍ୟ କମଲଙ୍କୁ କ୍ଷମା ମାଗିବାକୁ କହିଥିଲେ ଏବଂ ମେ ୩୦ ପର୍ଯ୍ୟନ୍ତ ଅଲ୍ଟିମେଟମ୍ ଦେଇଥିଲେ।

କିନ୍ତୁ କମଲ ହାସନ କ୍ଷମା ମାଗି ନାହାନ୍ତି। ଏବେ, କର୍ଣ୍ଣାଟକରେ କମଲଙ୍କ ବିରୋଧରେ ଅଧିକ ତୀବ୍ର ପ୍ରତିବାଦ ହେଉଛି। ତାଙ୍କର ପୋଷ୍ଟର ଏବଂ କୁଶପୁତ୍ତଳିକା ପୋଡ଼ି ଦିଆଯାଉଛି। କାହିଁକି ନା, ‘ଠଗ୍ ଲାଇଫ୍’ର ପ୍ରମୋସନ୍ ସମୟରେ କମଲ କହିଥିଲେ ଯେ ‘କନ୍ନଡ ଭାଷା ତାମିଲରୁ ଆସିଛି’। ଏଭଳି ମତ ଲୋକଙ୍କ ଭାବନାକୁ ଆଘାତ ଦେଇଥିଲା। ଏନେଇ କିଛି ରାଜନେତା କମଲଙ୍କୁ ସାର୍ବଜନୀନ ଭାବେ କ୍ଷମା ମାଗିବାକୁ କହିଛନ୍ତି। ସେମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ସେମାନେ କର୍ଣ୍ଣାଟକରେ 'ଠଗ୍ ଲାଇଫ୍' ରିଲିଜ୍ ହେବାକୁ ବନ୍ଦ କରିଦେବେ। ବର୍ତ୍ତମାନ, ଏହାକୁ ନେଇ ଅନେକ ଭିଡିଓ ଏବଂ ଫଟୋ ଅନ୍‌ଲାଇନ୍‌ରେ ଭାଇରାଲ୍ ହେଉଛି । ଯେଉଁଥିରେ କର୍ଣ୍ଣାଟକ ରକ୍ଷଣ ବେଦିକାର ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ କମଲଙ୍କ କୁଶପୁତ୍ତଳିକା ଏବଂ ପୋଷ୍ଟର ଜାଳିଥିବା ନେଇ ଦେଖାଯାଉଛି।

ତାଙ୍କର ବିବାଦୀୟ ବୟାନ ଉପରେ କ୍ରୋଧ ପ୍ରକାଶ କରିବା ଏବଂ କର୍ଣ୍ଣାଟକରେ ତାଙ୍କର ନୂଆ ସିନେମା 'ଠଗ୍ ଲାଇଫ୍' ଉପରେ ପ୍ରତିବନ୍ଧକ ଲଗାଇବା ଦାବି କରି ଏହି ପ୍ରତିବାଦ କରାଯାଉଛି। କମଲ ଅନ୍ୟ ଏକ କାର୍ଯ୍ୟକ୍ରମରେ କ୍ଷମା ମାଗିବାକୁ ମନା କରିବା ପରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.